ନୂଆଦିଲ୍ଲୀ, ୪/୬ : କେନ୍ଦ୍ର ସରକାର ରୋହିଙ୍ଗ୍ୟା ସମେତ ସମସ୍ତ ବେଆଇନ୍ ଶରଣାର୍ଥୀଙ୍କୁ ଦେଶ ପାଇଁ ବିପଦ ବୋଲି ଦର୍ଶାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାମ୍ମୁ-କାଶ୍ମୀର ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଅନୁପ୍ରବେଶ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଚି । ସୁରକ୍ଷା ଦୃଷ୍ଟିରୁ ରାଜ୍ୟଙ୍କ ପାଇଁ ୫ଟି ନିର୍ଦ୍ଦେଶ ଜାରି କରାଯାଇଛି । ତଦନୁଯାୟୀ, ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଚିହ୍ନଟ ସ୍ଥାନରେ ରଖାଯାଉ । ଏହାଦ୍ୱାରା ରାଜ୍ୟ ପୋଲି ଓ ଅନ୍ୟ ସୁରକ୍ଷା ସଂସ୍ଥା ସେମାନଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିପାରିବେ । ଏଠାରେ ରହୁଥିବା ସମସ୍ତ ଶରଣାର୍ଥୀଙ୍କ ଚିହ୍ଟ ହେବା ଆବଶ୍ୟକ । ସେମାନଙ୍କ ନାମ, ଜନ୍ମ ତାରିଖ, ଜନ୍ମ ସ୍ଥାନ, ବାପା-ମାଆଙ୍କ ନାମ ଏବଂ କେଉଁ ଦେଶର ଏସବୁ ତଥ୍ୟ ଲିପିବଦ୍ଧ କରାଯାଉ । ବେଆଇନ୍ ଭାବେ ଦେଶରେ ଅନୁପ୍ରବେଶ କରିଥିବା ଶରଣାର୍ଥୀଙ୍କ ବାୟୋମେଟ୍ରିକ୍ ଚିହ୍ନଟ ପ୍ରମାଣ ନିଆଯାଉ । ଏହାଦ୍ୱାରା ସେମାନେ ନିଜ ପରିଚୟ ବଦଳାଇପାରିବେ ନାହିଁ । ଏହି ଲୋକଙ୍କ ଯେପରି ଆଧାର କାର୍ଡ ପ୍ରସ୍ତୁତ କରାନଯାଏ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଏହି ଲୋକଙ୍କ ଠାରୁ ପ୍ରାପ୍ତ ତଥ୍ୟ ଆଧାରରେ ବିଦେଶ ମନ୍ତ୍ରଣାଳୟ ମିଆଁମାର ସରକାରଙ୍କ ସହ ବୁଝାମଣା କରିବ ଓ ସେମାନଙ୍କୁ ଫେରାଇବାର ବ୍ୟବସ୍ଥା କରାଯିବ ଏବଂ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅନୁଜ ଶର୍ମା ରୋହିଙ୍ଗ୍ୟାଙ୍କ ବେଇଆନ୍ ଅନୁପ୍ରବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଅନୁପ୍ରବେଶ ରୋକିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ।
Monday 4 June 2018
ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶ ରୋକିବା ପାଇଁ ନିର୍ଦ୍ଦେଶାବଳୀ ଜାର

Subscribe to:
Post Comments (Atom)
No comments:
Post a Comment