Sunday 1 July 2018
ଓଡ଼ିଶାରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ
ଏକଦା ଓଡ଼ିଶାର ସୁଦୀର୍ଘ ବେଳାଭୂମିରେ ଘଞ୍ଚ ବନାନୀ ଶୋଭା ପାଉଥିଲା । ଏହା ଫଳରେ ଓଡ଼ିଶାମୁହାଁ ଆସୁଥିବା ଅଧିକାଂଶ ବାତ୍ୟାର ପ୍ରଭାବ ହ୍ରାସ ପାଉଥିଲା । ଏହା ବିଂଶ ଶତାଦ୍ଦୀର ପୂର୍ବାର୍ଦ୍ଧର କଥା । କିନ୍ତୁ ପରବର୍ତ୍ତି କାଳରେ ଏହି ବେଳାଭୂମିର ଅଧିକାଂଶ ଜଙ୍ଗଲକୁ କାଟି ଚାଷ ଜମିରେ ପରିଣତ କରାଗଲା । ଏହା ସେହି ସବୁ ଅଞ୍ଚଳର ଅଧିବାସୀମାନଙ୍କ ଦ୍ୱାରା ନୁହେଁ, ଅପିତୁ ପଡୋଶୀ ବଙ୍ଗ ଭାଷାଭାଷୀ ଲୋକମାନଙ୍କ ଦ୍ୱାରା ହୋଇଥିଲା । ଏହାର ଦୁଇଟି ମୁଖ୍ୟ କାରଣ ଅଛି । ପ୍ରଥମତଃ ପଡୋଶୀ ବଙ୍ଗଳାର ଚାଷ ଜମି ତୁଳନାରେ ଜନସଂଖ୍ୟା ଯଥେଷ୍ଟ ଅଧିକ । ବିଭାଜନ ପୂର୍ବରୁ ପୂର୍ବ ବଙ୍ଗ(ଇଦାନୀନ୍ତନ ବାଙ୍ଗଲାଦେଶ)ତଥା ପଶ୍ଚିମବଙ୍ଗ ଭିତରେ ସୀମାବର୍ତ୍ତି କୌଣସି କଟକଣା ନଥିଲା । ବଙ୍ଗଳାର ଉପକୂଳ ଅଞ୍ଚଳ ମଧ୍ୟ ଘଞ୍ଚ ବନାନୀରେ ପରିପୂର୍ଣ୍ଣ ଥିଲା । କିନ୍ତୁ ଏହାଥିଲା ଭୟଙ୍କର ମହାବଳ ବାଘ(ରୟାଲ ବେଙ୍ଗଲ ଟାଇଗର)ମାନଙ୍କର ନିର୍ଭୟ ଆଶ୍ରୟସ୍ଥଳୀ । ବାଘ ଡରରେ ଲୋକେ ଏହି ଉପକୂଳବର୍ତ୍ତି ଜଙ୍ଗଲରେ ହାତ ଦେଉନଥିଲେ । ତେଣୁ ବଙ୍ଗ ଭାଷାଭାଷୀମାନେ ବଙ୍ଗଲା ପରିବର୍ତ୍ତେ ଓଡ଼ିଶା ମୁହାଁ ହେଲେ । ଏମିତି ବି ଦୀର୍ଘ ଦିନ ଧରି ସମୁଦ୍ର ପଥରେ ଉପକୂଳବର୍ତ୍ତି ଓଡ଼ିଶା ଓ ବଙ୍ଗ ଭାଷାଭାଷୀମାନଙ୍କର ଯାତାୟତ ସମ୍ପର୍କ ଥିଲା । ଏହି ସମ୍ପର୍କର ମୁଖ୍ୟ ମାଧ୍ୟମ ଥିଲା ମାଛ ଧରା । ବଙ୍ଗୀୟ ମତ୍ସ୍ୟଜୀବୀମାନେ ଛୋଟ ଛୋଟ ଡଙ୍ଗା ବା ଡିଙ୍ଗୀ ସାହାଯ୍ୟରେ ଓଡ଼ିଶା ଉପକୂଳକୁ ଆସି ଏଠାରେ ମାଛ ମାରନ୍ତି । ନଦୀ ନାଳ ପରିପୂର୍ଣ୍ଣ ଓଡ଼ିଶାର ତଟଭୂମି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ମାଛମାନଙ୍କ ପାଇଁ ପ୍ରସିଦ୍ଧ ଥିଲା । ବଙ୍ଗୀୟ ମତ୍ସ୍ୟଜୀବୀମାନେ ଡିଙ୍ଗୀ ସାହାଯ୍ୟରେ ଓଡ଼ିଶା ଉପକୂଳରେ ପହଞ୍ôଚ ସ୍ଥାନୀୟ ଗ୍ରାମବାସୀଙ୍କ ଆଶ୍ରୟରେ ପ୍ରଚୁର ମାଛ ମାରି ସେଗୁଡିକୁ ଶୁଖୁଆ କରି ସାରିବା ପରେ ଫେରି ଯାଉଥିଲେ । ଏହି ସମୟ ଭିତରେ ସ୍ଥାନୀୟ ଗ୍ରାମବାସୀମାନଙ୍କ ସହ ସେମାନଙ୍କ ସୁ-ସମ୍ପର୍କ ବଢ଼ି ଯାଇଥିଲା । ଏହାର ଅନ୍ୟତମ କାରଣ ହେଲା ଅତି ସହଜରେ ଧରୁଥିବା ଖୁବ ବଡ଼ ବଡ଼ ମାଛ ସବୁ ଗ୍ରାମବାସୀମାନଙ୍କୁ ଭେଟି ଆକାରରେ ପ୍ରଦାନ କରୁଥିଲେ । ସମୟକ୍ରମେ ଏମାନେ ଗାଁକୁ ଲାଗିଥିବା ଜଙ୍ଗଲ ଭିତରେ ଛୋଟ ଛୋଟ ପଲ୍ଳା ମାରି ରହିଲେ । ଏଠାରେ ରହିବା ସହ ସେମାନେ କିଛି କିଛି ଜଙ୍ଗଲ କାଟି ଧାନ ଚାଷ ଆରମ୍ଭ କଲେ । ଏହି ମାଟିରେ ପ୍ରଚୁର ଧାନ ଫଳୁଥିବାରୁ କାଳକ୍ରମେ ସେମାନେ ନିଜ ଅଞ୍ଚଳରୁ ଅଧିକରୁ ଅଧିକ ଲୋକଙ୍କୁ ଡାକି ଆଣି ଧାନ ଚାଷ କାମରେ ଲାଗିପଡିଲେ । ପ୍ରଥମେ ସେମାନେ ସ୍ଥାନୀୟ ଗାଁ ମୁଖିଆ ଓ ସରକାରୀ ବନକର୍ମଚାରୀମାନଙ୍କୁ ଯଥେଷ୍ଟ ଉତ୍କୋଚ ଦେଇ ସେମାନଙ୍କର ମୁହଁ ବନ୍ଦ କଲେ । ସରକାରୀ ବାବୁମାନଙ୍କର ଦୁର୍ବଳତା ଥିବା ଖୁବ ବଡ଼ ବଡ଼ ଇଲିସି ଓ ଖଅଗାଁ ମାଛ ଭେଟି ଦେବା ସହ ଜଙ୍ଗଲରୁ ହରିଣ ଓ ବାରହା ମାରି ସେଗୁଡିକର ମାଂସ ତଥା ଚମଡ଼ା ଦେବା ଦ୍ୱାରା ଆମ ସରକାରୀ ବାବୁମାନଙ୍କର ମୁହଁ ବନ୍ଦ ହୋଇଗଲା । ଚାହୁଁ ଚାହୁଁ ବର୍ଷ କେତେଟା ଭିତରେ ଉପକୂଳବର୍ତ୍ତି ବହୁ ଅଞ୍ଚଳ ବିଶେଷ କରି ରାଜନଗର, ମହାକାଳପଡା ଓ ଏରସମା ତହସିଲର ଉପକୂଳବର୍ତ୍ତି ଅଞ୍ଚଳ ବନଶୂନ୍ୟ ହୋଇଗଲା । ଏହାର ଦୁଷ୍ପ ପରିଣାମ ମଧ୍ୟ ଆମେ ୧୯୬୭, ୧୯୭୨ ଓ ସର୍ବଶେଷର ପ୍ରଳୟଙ୍କରୀ ୧୯୯୯ର ମହାବାତ୍ୟାରେ ଭୋଗି ସାରିଛେ । ତେବେ ଏହି ବଙ୍ଗ ଭାଷୀମାନେ ପ୍ରଥମେ ବର୍ଷର ପାଖା ପାଖି ୬ ମାସ ଏହି ପଲ୍ଲାମାନଙ୍କରେ ରହି ଧାନ ଚାଷ ସହ ମାଛ ଶୁଖୁଆ ବେପାର କରିବା ପରେ ଡଙ୍ଗାରେ ଧାନ ଭର୍ତ୍ତି କରି ନିଜ ଜନ୍ମ ସ୍ଥାନକୁ ଚାଲିଯାଉଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ଅନୁପ୍ରବେଶର କାରଣ ହେଲା ଦେଶ ବିଭାଜନ । ପୂର୍ବ ବଙ୍ଗରେ ମୁସଲିମ ଲିଗ୍ ନେତା ସୁରାବର୍ଦ୍ଦିଙ୍କ ପ୍ରଭାବ ଯଥେଷ୍ଟ ଥିଲା । ଜିନ୍ନା ଯେତେବେଳେ ପାକିସ୍ତାନ ଗଠନ କରିବା ପାଇଁ ଡାଇରେକ୍ଟ ଆକ୍ସନ ବା ରକ୍ତପାତ ପାଇଁ ଡାକରା ଦେଲେ ସେତେବେଳେ ଏହି ସୁରାବର୍ଦ୍ଦି ପୂର୍ବ ବଙ୍ଗରେ ରହୁଥିବା ଲକ୍ଷ ଲକ୍ଷ ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବାକୁ ନିର୍ଦ୍ଦେଶ ଦେଲେ । ଫଳରେ ପୂର୍ବ ବଙ୍ଗରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ସଂଗଠିତ ହେଲା । ହଜାର ହଜାର ହିନ୍ଦୁମାନଙ୍କ୍ୁ ହତ୍ୟା କରାଯିବା ସହ ସେମାନଙ୍କ ଘରବାଡିକୁ ପୋଡି ପାଉଁଶ କରିଦିଆଗଲା । ବହୁ ରମଣୀଙ୍କୁ ଜଘନ୍ୟ ଭାବେ ବଳାତ୍କାର କରାଗଲା । ଫଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ହିନ୍ଦୁ ଭାରତକୁ ପଳାୟନ କଲେ । ଉପକୂଳବର୍ତ୍ତି ଅଞ୍ଚଳର ହିନ୍ଦୁମାନେ ମଧ୍ୟ ସମୁଦ୍ର ପଥ ଦେଇ ଏହି ସବୁ ଅଞ୍ଚଳକୁ ପଳାୟନ କରି ଆସିଲେ । ଏଥର କିନ୍ତୁ ଏମାନେ ସାମୟିକ ଧାନ ବା ମାଛ ପାଇଁ ଆସିନଥିଲେ । ପୂର୍ବରୁ ତିଆରି କରିଥିବା ଛୋଟଛୋଟ ପଲ୍ଳା ଗୁଡିକ ପାଲଟିଗଲା ଏମାନଙ୍କର ସ୍ଥାୟୀ ଆଶ୍ରୟସ୍ଥଳୀ । ଏମାନଙ୍କର ପରିଚୟ ଏବେ ହେଲା ଶରଣାର୍ଥୀ । ବିଭାଜନ ପରବର୍ତ୍ତି କାଳରେ ଭାରତ ସରକାର ମଧ୍ୟ ଏହି ଶରଣାର୍ଥୀମାନଙ୍କ ପ୍ରତି ଯଥେଷ୍ଟ କୋହଳ ଓ ଉଦାର ମନୋଭାବ ପୋଷଣ କଲେ । ପୂର୍ବରୁ ଅସ୍ଥାୟୀ ଭାବରେ ତିଆରି କରିଥିବା ପଲ୍ଲା ଗୁଡିକୁ ଏମାନେ ସ୍ଥାୟୀ ବାସଗୃହ ଭାବେ ସଜାଡ଼ି ସ୍ଥାୟୀ ବାସିନ୍ଦାଭାବେ ରହିଗଲେ । ପ୍ରାଥମିକ ଅବସ୍ଥାରେ ଶରଣାର୍ଥୀ ଭାବେ କେବଳ ହିନ୍ଦୁ ଆସିଥିଲେ ହେଁ ପରବର୍ତ୍ତି ସମୟରେ ଯେତେବେଳେ ହିଂସା ଥମିଗଲା ସେମାନଙ୍କ ପଡୋଶୀ ମୁସଲମାନମାନେ ମଧ୍ୟ ବହୁ ସଂଖ୍ୟାରେ ଆସି ଏଠାରେ ଆଗପରି ଚାଷବାସ କରିବାକୁ ଲାଗିଲେ । ୧୯୭୧ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ସମୟରେ ଆଉ ଥରେ ଶରଣାର୍ଥୀଙ୍କ ସୁଅ ଛୁଟିଲା । ଏଥର ପଶ୍ଚିମ ପାକିସ୍ତାନର ସୈନ୍ୟମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ହିନ୍ଦୁମାନଙ୍କ ସହ ଅନେକ ମୁସଲମାନମାନେ ମଧ୍ୟ ଶରଣାର୍ଥୀଭାବେ ଆମ ଉପକୂଳରେ ସ୍ଥାୟୀ ବସବାସ କରିବାର ଆରମ୍ଭ କଲେ । ଏମାନଙ୍କ ସମ୍ପର୍କରେ ଆମ ସରକାରୀ ବାବୁମାନଙ୍କର ସର୍ବଦା କୋହଳ ମନୋଭାବ ରହିଥିବାରୁ ଏଭଳି ବେଆଇନ ଜଙ୍ଗଲ କାଟିବା, ଜମି ଜବରଦଖଲ କରିବା ବା ସ୍ଥାୟୀ ଘର ତୋଳିବା ଉପରେ ବିଶେଷ କିଛି ପ୍ରତିବନ୍ଧକ ନଥିଲା । ବରଂ ଏହି ଶରଣାର୍ଥୀମାନେ ହିଁ ନିଜ ଆଡୁ ସ୍ଥାନୀୟ ତହସିଲ କର୍ମଚାରୀମାନଙ୍କୁ ଧରାଧରି କରି ଜବରଦଖଲ କେସ୍ ଦାୟର କରାଇଥିଲେ । ସେମାନଙ୍କୁ କୁହାଯାଇଥିଲା ଯେ, ଯଦି ସେମାନେ ଜବରଦଖଲ କେସ୍ ବାବଦରେ କିଛି ଜରିମାନା ସରକାରଙ୍କ ପାଖରେ ଦାଖଲ କରିଦିଅନ୍ତି ତା’ହେଲେ ଭବିଷ୍ୟତରେ ଏହି ଜମି ସେମାନଙ୍କ ନାମରେ ସ୍ଥାୟୀ ପଟ୍ଟା ହୋଇଯିବ । ଆମ ରାଜ୍ୟ ସରକାର ଯେଉଁ ୩୨୦୦ ବଙ୍ଗଳାଦେଶୀ ଶରଣାର୍ଥୀଙ୍କ ସଂଖ୍ୟା କହୁଛନ୍ତି ତାହାର ଇତିହାସ ମୋଟା ମୋଟି ଏହିପରି । କେବଳ ଓଡ଼ିଶା ନୁହେଁ ବଙ୍ଗଳାଦେଶ, ଆସାମ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ବିହାରରେ ଶରଣାର୍ଥୀଙ୍କ ଯେଉଁ ବିପୁଳ ସ୍ରୋତ ପରବର୍ତ୍ତି କାଳରେ ଆସିଛି ତାହାର ଇତିହାସ କିଛି ଭିନ୍ନ । ଧର୍ମ ଭିତ୍ତିରେ ପୂର୍ବ ପାକିସ୍ତାନ ବା ବଙ୍ଗଳାଦେଶ ସୃଷ୍ଟି ହେଲା ସିନା ହେଲେ ଏହି ଦେଶର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିଲା । ନିଜର ବିପୁଳ ଜନସଂଖ୍ୟାକୁ କାମ ଯୋଗାଇ ଦେବା ପାଇଁ ସେଠାରେ ଯଥେଷ୍ଟ ଶିଳ୍ପ, ବାଣିଜ୍ୟ ବା ଅନ୍ୟାନ୍ୟ ସାଧନ ନଥିଲା । ଏହି ଅଞ୍ଚଳର ଲୋକମାନେ ଘର ତିଆରି କାମରେ ପାରଙ୍ଗମ ଥିଲେ । ମିସ୍ତ୍ରୀ ବା ତାଙ୍କ ସହଯୋଗୀ ମୂଲିଆ ଭାବେ ଭରତର ଅଧିକାଂଶ ପ୍ରଦେଶରେ ସେମାନଙ୍କର ଚାହିଦା ଥିଲା । ବିଭାଜନ ପରେ କିଛିଦିନ ଲୋକେ ସେମାନଙ୍କୁ କାମ ଦେଲେ ନାହିଁ, ସେମାନେ ମଧ୍ୟ ଆମ ଦେଶକୁ ଆସିବାକୁ ଡରିଲେ । କିନ୍ତୁ ଅପେକ୍ଷାକୃତ କମ୍ ମଜୁରୀରେ ଭଲ କାମ କରୁଥିବାରୁ ଧୀରେ ଧୀରେ ଏହି ମିସ୍ତ୍ରୀ ମୂଲିଆମାନଙ୍କର ପୁଣି ଚାହିଦା ବଢ଼ିବାକୁ ଲାଗିଲା । ତେଣୁ ଅଳ୍ପଦିନ ଭିତରେ ଲକ୍ଷ ଲକ୍ଷ ମୂଲିଆ ଶ୍ରେଣୀର ଲୋକ ଭାରତରେ ପ୍ରବେଶ କଲେ । ସେମାନଙ୍କ ପ୍ରତି ବିଭିନ୍ନ ସହରରେ ଥିବା ମୁସଲମାନମାନଙ୍କର ସହାନୁଭୂତି ରହୁଥିବାରୁ ପ୍ରାଥମିକ ଅବସ୍ଥାରେ ସ୍ଥାନୀୟ ମସ୍ଜିଦ୍ ବା ମଦ୍ରାସାମାନଙ୍କରେ ସେମାନଙ୍କୁ ରହିବାକୁ ସ୍ଥାନ ଦିଆଗଲା । ପରେ ବିଭିନ୍ନ ସହରରେ ଥିବା ସରକାରୀ ଜମିକୁ ଜବରଦଖଲ କରି ଏମାନେ କ୍ରମେ ସ୍ଥାୟୀ ବାସିନ୍ଦା ହୋଇଗଲେ । ଏମାନଙ୍କୁ ରେସନ କାର୍ଡ ଏବଂ ଭୋଟର ଭାବେ ପଞ୍ଜିକରଣ କରିବା ଦିଗରେ ଅନେକ ରାଜନେତାମାନେ ସହଯୋଗର ହାତ ବଢ଼ାଇଲେ । ଏହି ଭୋଟ ବ୍ୟାଙ୍କ ରାଜନୀତି ବହୁ ଦିନ ଧରି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଚଳାଇରଖିଲା ଏବଂ ଏହାର ରାଜନୈତିକ ଫାଇଦା ମଧ୍ୟ ବହୁ ବର୍ଷ ଧରି ସମ୍ପୃକ୍ତ ରାଜନୈତିକ ଦଳକୁ ମିଳିଲା । ଅନୁପ୍ରବେଶକାରୀଙ୍କ ଅନ୍ୟଏକ ସ୍ୱରୂପ ହେଉଛି ଫେରିବାଲା । ବାଂଲଦେଶର ଅର୍ଥନୀତି ଦୁର୍ବଳ ଥିବାରୁ ସେଠାରେ ଲୋକମାନଙ୍କ କ୍ରୟ ଶକ୍ତି କମ୍ । ତେଣୁ ସେଠାରେ ଶସ୍ତାରେ ବିଭିନ୍ନ ପୋଷାକ ଓ ଲୁଗା, ପ୍ଲାଷ୍ଟିକ ନିର୍ମିତ ପଦାର୍ଥ, ଷ୍ଟେନଲେସ ଷ୍ଟିଲ ବାସନ ନିର୍ମାଣ କରାଯାଏ । ସେହି ସବୁ ପଦାର୍ଥକୁ ଭାରତକୁ ଆଣି ଗାଁରେ ଗାଁରେ ବୁଲିବିକିବା ପାଇଁ ହଜାର ହଜାର ବାଂଲାଦେଶୀ ବର୍ଷ ବର୍ଷ ଧରି ନିଜର ଜୀବିକା ଭାବେ ଗ୍ରହଣ କରିସାରିଛନ୍ତି । ଏମାନଙ୍କୁ ଫେରିବାଲା କୁହାଯାଏ । ଏମାନଙ୍କ ପ୍ରଭାବ କେତେ ତାହା ଆସାମର ଏଆଇୟୁଡିଏଫ୍ ର ପ୍ରଭାବରୁ ଜଣାପଡେ । ଲୋକସଭାରେ ଏହି ଦଳର ଦୁଇ ଜଣ ସାଂସଦ ଥିବା ସହ ବିଧାନସଭାରେ ୧୪ ଜଣ ସମର୍ଥକ ଅଛନ୍ତି । ଏହି ଫେରିବାଲାମାନଙ୍କୁ ଆଶ୍ରୟ ଦେବା ପାଇଁ ପୂର୍ବରୁ ଛୋଟଛୋଟ ବସ୍ତି କରି ରହିଥିବା ବାଂଲାଦେଶୀମାନେ ସବୁ ପ୍ରକାର ସହଯୋଗର ହାତ ବଢ଼ାଇଥାନ୍ତି । ଦେଖୁଦେଖୁ ବର୍ଷ କେତେଟା ଭିତରେ ଏମାନଙ୍କ ସଂଖ୍ୟା ଶହେରୁ ହଜାର, ହଜାରରୁ ଲକ୍ଷରେ ପହଞ୍ଚେ । ଆଗପରି ଏମାନଙ୍କୁ ରେସନ କାର୍ଡ, ଭୋଟର ପଞ୍ଜିକରଣ, ଜବ୍ କାର୍ଡ ଏପରିକି ଇନ୍ଦିରା ଆବାସ, ମନରେଗା, ଅଙ୍ଗନବାଡି ଚାକିରି ସହ ସ୍ଥାନେସ୍ଥାନେ ସରକାରୀ ଅର୍ଦ୍ଧ ସରକରୀ ଏବଂ ବିଭିନ୍ନ କମ୍ପାନୀର ଚାକିରି ମଧ୍ୟ ମିଳିଯାଏ । ଆମ ଦେଶର ଅଧିକାଂଶ ରାଜ୍ୟରେ ଏଭଳି ଦୃଶ୍ୟ ଯେ କେହି ଦେଖିପାରିବେ । ଏପରିକି ଏମାନଙ୍କ ମଧ୍ୟରୁ କେତେକ ତରୁଣୀ ଯୌନକର୍ମୀ ଭାବେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳେ । ଭୁବନେଶ୍ୱରର ମାଳିସାହି ଅଞ୍ଚଳରେ ଏହି ଦୃଶ୍ୟ ଯେ କେହି ସହଜରେ ଅନୁଭବ କରିପାରିବେ । ସ୍ୱାଭାବିକ ଭାବେ ଏହି ବାଂଲାଦେଶୀମାନେ ଆମ ଦେଶର ସଂସାଧନକୁ ଲୁଣ୍ଠନ କରୁଛନ୍ତି । କେବଳ ଜମି ଜବରଦଖଲ ନୁହେଁ, ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ଶ୍ରମ ଓ କର୍ମ ନିୟୋଜନ ଏପରିକି ରାଜନୀତି କ୍ଷେତ୍ରରେ ମଧ୍ୟ ଏମାନେ ଆମ ଦେଶର ନାଗରିକମାନଙ୍କ ହକ୍ ଛଡାଇ ନେଉଛନ୍ତି । ଆମ ଦେଶର ରାଜନୈତିକ ଚିତ୍ର ଓ ଚରିତ୍ରକୁ ମଧ୍ୟ ପ୍ରଭାବିତ କରୁଛନ୍ତି । ତେଣୁ ଦେଶର ଏହି ପରାଙ୍ଗମପୁଷ୍ଟ ଜୀବମାନେ ଆମ ଦେଶର ପ୍ରଗତି, ବିକାଶ ପାଇଁ ଯେ, ପ୍ରତିବନ୍ଧକ ଏଥିରେ କୌଣସି ସନ୍ଦେହ ନାହିଁ । ଆସାମରେ ଏମାନଙ୍କର ଉତ୍ପାତ ଅନ୍ୟ ସବୁ କ୍ଷେତ୍ରକୁ ଲଘଂନ କରି ଶେଷରେ ରାଜନୀତିରେ ପ୍ରବେଶ କରିବାରୁ ଆସାମର ଜନସାଧାରଣ ଏହାର ତୀବ୍ର ପ୍ରତିବାଦ କରିଥିଲେ । ଏହାର ଫଳ ଶ୍ରୁତି ହେଉଛି ଏନ୍ଆରସି ବା ଜାତୀୟ ନାଗରିକ ପଞ୍ଜିକା । ଏହାଦ୍ୱାରା ୪୦ ଲକ୍ଷରୁ ଉଦ୍ଧ୍ୱର୍ ବାଂଲାଦେଶୀଙ୍କୁ ସେଠାରେ ଚିହ୍ନଟ କରିବା ସମ୍ଭବ ହେଲା । କିନ୍ତୁ ଅନ୍ୟ ରାଜ୍ୟମାନଙ୍କରେ ଏମାନଙ୍କ୍ୁ ଚିହ୍ନଟ କରିବାର କୌଣସି ଉପାୟ ନାହିଁ । ଆମ ରାଜ୍ୟ ସରକାର ଏମାନଙ୍କ ସଂଖ୍ୟା ମାତ୍ର ୩୨୦୦ କହୁଥିବାବେଳେ ଏହା ଯେ ୩୨ ଲକ୍ଷ ନହୋଇଥିବ ତାହା ବା କିଏ କହିବ? ଆସାମ ପରି ସମସ୍ତ ପ୍ରଦେଶରେ ଏନ୍ଆରସି ବା ଅନୁରୂପ ବ୍ୟବସ୍ଥା ନିଆଗଲେ ତାହ ସମ୍ଭବ ହେବ । ଏତଦ୍ଭିନ୍ନ ଭାରତ ବାଂଲାଦେଶ ସୀମାରେ ସ୍ଥାୟୀ ତାରବାଡ଼ ବା ପାଚେରୀ ନିର୍ମାଣ କରାଗଲେ ସେମାନଙ୍କର ଅନୁପ୍ରବେଶକୁ ନିୟନ୍ତ୍ରିତ କରାଯାଇପାରିବ ।
Subscribe to:
Post Comments (Atom)
No comments:
Post a Comment