Tuesday 31 July 2018

अवैध तरीके से रहनेवाले ४० लाख नागरिकों के लिए पिघला ममता बनर्जी का दिल


नई देहली : असम में नागरिकता को लेकर सोमवार को जारी राष्‍ट्रीय नागरिक रजिस्टर (एनआरसी) के दूसरे और अंतिम मसौदे में ४० लाख नागरिकों के अवैध होने का दावा किया गया है । इसे लेकर पश्चिम बंगाल की मुख्‍यमंत्री और तृणमूल कांग्रेस की अध्‍यक्ष ममता बनर्जी ने भाजपा पर निशाना साधा है । उन्‍होंने इसे भाजपा की वोट पॉलिटिक्‍स करार दिया है । उन्‍होंने मामले में सवाल भी उठाए हैं ।
उन्‍होंने पूछा है कि, जिन ४० लाख लोगों के नाम मसौदे में शामिल नहीं किए गए हैं, वे कहां जाएंगे ? क्‍या उनके लिए केंद्र सरकार ने कोई व्‍यवस्‍था की है ? उन्‍होंने कहा कि इससे सबसे अधिक पश्चिम बंगाल प्रभावित होगा । ममता बनर्जी ने सोमवार को भाजपा सरकार पर हमला बोलते हुए कहा कि असम में अधिकांश लोग ऐसे हैं जिनके पास आधार कार्ड हैं, पासपोर्ट हैं परंतु उनके नाम मसौदा सूची से गायब हैं । मसौदा सूची से लोगों के नाम उनके सरनेम के आधार पर हटाए गए हैं । उन्‍होंने सवाल उठाया कि क्‍या सरकार लोगों को जबरन वहां से निकालना चाहती है ?
ममता बनर्जी ने कहा कि, असम से लोगों को गेम प्‍लान के अंतर्गत हटाया जा रहा है । हम इसलिए चिंतित हैं क्‍योंकि लोगों को अपने ही देश में बतौर रिफ्यूजी रहने को मजबूर किया जा रहा है ।  यह बंगाली भाषी लोगों और बिहार के लोगों को बेदखल करने की योजना है । इसका असर पश्चिम बंगाल पर भी पडेगा । ममता का कहना है कि, वह असम जाने का प्रयास करेंगी ।
बता दें कि मामले में गृह मंत्री राजनाथ सिंह ने जानकारी देते हुए बताया कि कुछ लोग इस मुद्दे पर बेवजह डर का माहौल बना रहे हैं । उन्‍होंने इस रिपोर्ट को निष्‍पक्ष बताया है । उन्‍होंने कहा कि इस मामले में गलत सूचना फैलाने की आवश्यकता नहीं है ।
स्त्रोत : झी न्यूज

भारत सरकार की बडी पहल, ५२ बांग्लादेशियों को उनके वतन भेजा गया


धुब्री : असम के हिरासत शिविर में रखे गए ५२ बांग्लादेशी नागरिकों को अंतरराष्ट्रीय सरहद पर बांग्लादेश के अधिकारियों के सुपुर्द किया गया। दक्षिण सलमार-मानकाचर जिले के ५२ हिन्दू-मुस्लिमों को २०१२ से हिरासत में रखा गया था। इनमें पांच महिलाएं और चार बच्चे भी शामिल हैं।
मानकाचर में सहपरा बीएसएफ सीमा चौकी के जरिए बांग्लादेशियों को उनके देश भेजा गया। इस दौरान असम पुलिस के पुलिस उप महानिरीक्षक (सीमा) रौनक अली हजारिका, दक्षिण सलमार-मानकाचर जिले की उपायुक्त ए सुल्ताना और अन्य अधिकारी मौजूद थे।
स्त्रोत : पंजाब केसरी

Monday 30 July 2018

ଅନୁପ୍ରବେଶକୁ ରୋକ


ଅନୁପ୍ରବେଶକୁ ରୋକ ଅନୁପ୍ରବେଶକାରୀଙ୍କ ବିରୋଧରେ ଦେଶର ସବୁଠାରୁ ବଡ ଅଭିଯାନ ଅନ୍ତର୍ଗତ ଆସାମରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ନାଗରିକମାନଙ୍କୁ ଚିହ୍ନଟ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ଆସାମ ସରକାର ନ୍ୟାସନାଲ୍‍ ରେଜିଷ୍ଟ୍ରର ଅଫ୍‍ ସିଟିଜେନ୍ସ (ଏନ୍‍ଆର୍‍ସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତି । ଏଥିରେ ପ୍ରାୟ ୪୦ଲକ୍ଷ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି । ଦୀର୍ଘ ଦିନ ଧରି ଏହି ଲୋକମାନେ ଆସାମରେ ବସବାସ କରୁଥିବାରୁ ହଠାତ ସେମାନଙ୍କୁ ଅବୈଧ ଦର୍ଶାଇବା କାରଣରୁ ଉତ୍ତେଜନା ପ୍ରକାଶ ପାଇଛି । ତେଣୁ ସମଗ୍ର ଆସାମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ଆସାମକୁ ୨୨୦ କମ୍ପାନୀ ସିଆର୍‍ପିଏଫ୍‍ ଜବାନଙ୍କୁ ପଠାଇଛନ୍ତି  । ଆସାମର ସବୁ ସୀମାକୁ ସିଲ୍‍ କରିଦିଆଯାଇଛି  । ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଆସାମରେ ରହୁଥିବା ଲୋକ ଓ ସେମାନଙ୍କ ପରିବାରବର୍ଗକୁ ଆସାମର ନାଗରିକ ଭାବେ ଚିହ୍ନଟ କରାଯାଇଛି । ଅନ୍ୟମାନଙ୍କୁ ବିଦେଶୀ ନାଗରିକ ବୋଲି ଦର୍ଶାଯାଇଛି । ଏନେଇ କେନ୍ଦ୍ର ଗୃହ ବିଭାଗ ଦର୍ଶାଇଛି ଯେ, ତାଲିକା ଚୂଡାନ୍ତ ନୁହେଁ । ତେବେ ଏଠାରେ ଆଲୋଚନାର ପ୍ରସଙ୍ଗ ହେଉଛି ଏଭଳି ସମସ୍ୟା ପାଇଁ ଦାୟୀ କିଏ । ଏହି ସମସ୍ୟା ଦିନକର ନୁହେଁ । ବାଂଲାଦେଶୀଙ୍କ ପାଇଁ ଆସାମ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଛତିଶଗଡ ଓ ଓଡିଶା ଚରାଭୂଇଁ । ଉପକୂଳଗୁଡିକରେ ସାମୁଦ୍ରିକ ଥାନା ରହିଛି । କିନ୍ତୁ ସେଗୁଡିକ କାମ କରେ ନାହିଁ । ବାଂଲାଦେଶୀରୁ ଆସୁଥିବା ଅନୁପ୍ରବେଶକାରୀ ଭାରତ ଉପକୂଳରେ ପ୍ରଥମେ ମାଛ ଧରିବା ପାଇଁ ଆସି ପରେ ସେହି ସ୍ଥାନରେ ଆସ୍ଥାନ ଜମେଇଥାନ୍ତି । ପରେ ପରେ ନିଜର ସହଯୋଗୀଙ୍କୁ ଆଣି ଅନ୍ୟ ମାଛଧରା ବୋଟଗୁଡ଼ିକରେ ନିଯୁକ୍ତ କରି ଆଡ୍ଡା ଜମାଇ ଥାନ୍ତି । ଏହିପରିଭାବେ ସେମାନେ ନିଜ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ଲାଗିଛନ୍ତି  । କେବଳ ସେତିକି ନୁହେଁ ବାଂଲାଦେଶରୁ ଆସୁଥିବା ଚୋରାମାଲ ଛୋଟ ଛୋଟ ଡଙ୍ଗାରେ ଆଣି ବେପାର କରୁଛନ୍ତି । ଗୋ ଚାଲାଣ, ଜାଲନୋଟ ଆଦି କାରବାରରେ ଏହି ଅନୁପ୍ରବେଶକାରୀମାନେ ସଂପୃକ୍ତ ରହୁଛନ୍ତି । ଓଡିଶାରେ ମଧ୍ୟ ସେମାନଙ୍କ ଦୌରାତ୍ମ୍ୟ କିଛି କମ ନୁହେଁ । ଏହି ଅନୁପ୍ରବେଶକାରୀ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରେ ଏକ ପଡା ତିଆରି କରି ତାହାର ନାମ ପାକିସ୍ଥାନପଡା ଦେଇଥିଲେ  । ପରେ ପରେ ତାହା ବିନୋବା ନଗର ନାମରେ ନାମିତ ହୋଇଥିଲା । ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କ କବଳରୁ ଦେଶର ଉପକୂଳକୁ ସୁରକ୍ଷା ଯୋଗାଇ ଦେବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । ତେବେ ରାଜ୍ୟ ସରକାରମାନେ ଏହାକୁ ହାଲ୍‍କା ଭାବେ ନେଉଛନ୍ତି । ସାମୁଦ୍ରିକ ଥାନାଗୁଡିକରେ କର୍ମଚାରୀ ଅଭାବ ତ କେଉଁଠି ଥାନାର ନିଜସ୍ୱ ଘର ନାହିଁ ଭଡ଼ା ଘରେ ଚାଲିଛି । ଆଉ କେତେକ ଥାନାରେ ବୋଟ ଅଚଳ, ଯାହାଦ୍ୱାରା ପଇଁତରା ମାରିବା ସମ୍ଭବ ହେଉ ନାହିଁ । ଦେଶର ସୁରକ୍ଷାକୁ ଅଗ୍ରାଧିକାର ଦେଇ ସରକାର ସମସ୍ତ ସାମୁଦ୍ରିକ ଥାନାର ନବୀକରଣ କରିବା ଜରୁରୀ ହୋଇ ପଡ଼ିଛି । ଏବେ ଦେଖାଯାଉଛି ଏହି ବିଦେଶୀ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ । ଖୋଦ୍‍ ରାଜଧାନୀ ଭୁବନେଶ୍ୱର ସହରର ବିଭିନ୍ନ ସହରତଳି ଅଞ୍ଚଳଠାରୁ ବସ୍ତିମାନଙ୍କରେ ଏମାନେ ଛାଇଗଲେଣି । ଏମାନେ କିଏ ଓ କେଉଁଠୁ ଆସୁଛନ୍ତି ବୋଲି ପୁଲିସର ମଧ୍ୟ ସାମାନ୍ୟ ଅନିସନ୍ଧିତ୍ସୁ ଭାବ ନାହିଁ । ଏପରିସ୍ଥଳେ ସେମାନେ ନାଗରିକ ପରିଚୟପତ୍ର ହାସଲ କରିବାକୁ ଚାହିଁବା କିଛି ବଡ଼କଥା ନୁହେଁ । ଥରେ ଏହି କାର୍ଡ଼ ସେମାନଙ୍କ ହାତରେ ପଡ଼ିଗଲେ, ତେଣିକି ସେମାନଙ୍କୁ କେହି ଅନୁପ୍ରବେଶକାରୀ ବୋଲି କହିପାରିବେ ନାହିଁ । ଜନଗଣନା ବ୍ୟବସ୍ଥାରେ ଥିବା ଆଇନଗତ ତ୍ରୁଟିବିଚ୍ୟୁତି ମଧ୍ୟ ସେମାନଙ୍କୁ ବେଶ୍‍ ସୁହାଉଛି । ଫଳରେ ଜନଗଣନାକାରୀ ଅନିଚ୍ଛାସତ୍ତେ୍ୱ ବି ଏହି ଅନୁପ୍ରବେଶକାରୀଙ୍କୁ ସ୍ଥାନୀୟ ବାସିନ୍ଦା ବୋଲି ତାଲିକାଭୁକ୍ତ କରିବାକୁ ବାଧ୍ୟ ହେଉଛି । ଦିନକୁ ଦିନ ଏମାନଙ୍କର ରାଜନୈତିକ ପ୍ରଭାବ ମଧ୍ୟ ବଢ଼ୁଛି । କେବଳ ରାଜ୍ୟ ନୁହେଁ, ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଏଭଳି ଅନୁପ୍ରବେଶକାରୀଙ୍କ ଦ୍ୱାରା ବିପନ୍ନ ହେବାର ସୂଚନା ଏବେ ଚିନ୍ତାର କାରଣ ହୋଇଛି  । କେବଳ ଏତିକି ନୁହେଁ, ଏମାନେ ବାହା ହେବାର ମିଥ୍ୟା ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ବାହାର ରାଜ୍ୟକୁ ଚାଲାଣ, ନିଶାଦ୍ରବ୍ୟର ଚୋରା ବ୍ୟବସାୟ, ଗୋରୁ ଚାଲାଣ , ଭାରତ ବିରୋଧୀ ଗତିବିଧି , ହିଂସାକାଣ୍ଡ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ବଡ ବଡ ଅପରାଧରେ ମଧ୍ୟ ଜଡ଼ିତ ଥିବା ଦେଖିବାକୁ ମିଳୁଛି । ଏମାନଙ୍କ ପାଇଁ ଅନେକ ସ୍ଥାନରେ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି ହେଉଛି । ଆସାମରେ ସ୍ଥାନୀୟ ଅଧିବାସୀ ଓ ବେଆଇନଭାବେ ଅନୁପ୍ରବେଶ କରି ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ବାରମ୍ବାର ଘଟୁଥିବା ସଂଘର୍ଷରୁ ଦଙ୍ଗା ଭଳି ଦୁଃଖଦ ସ୍ଥିତି ଉପୁଜୁଛି  । ଏଥିରେ ଲକ୍ଷଲକ୍ଷ ଲୋକ ଗୃହଶୂନ୍ୟ ହେଉଛନ୍ତି ଓ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି  । ଆମ ଦେଶର ପୂର୍ବାଞ୍ଚଳରେ ଥିବା ରାଜ୍ୟ ଗୁଡିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଯେଭଳି ବଢ଼ିଚାଲିଛି, ତାହା ନିଶ୍ଚୟ ଚିନ୍ତାର ବିଷୟ । ବାଙ୍ଗଲାଦେଶୀ ଅନୁପ୍ରବେଶକାରୀମାନେ ବିଭିନ୍ନ ପ୍ରକାରର ବେଆଇନ କାର୍ଯ୍ୟକଳାପରେ ଲିପ୍ତଥିବା କୁହାଯାଉଛି । ତେବେ ଏକଥା ସତ ଯେ ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରୁ ଅଧିକାଂଶ ଗରିବ ହୋଇଥିବାରୁ ହିଁ ବେଆଇନଭାବେ ଭାରତରେ ରହୁଛନ୍ତି । କିନ୍ତୁ ଅଧିକ ଦିନ ବେଶି ଲୋକ ଯଦି ଏଭଳି ବେଆଇନ ଭାବେ ରହିବାକୁ ଲାଗିବେ ବା ବେନିୟମ କାର୍ଯ୍ୟ କରୁଥିବେ, ତାହା ଦେଶ ପ୍ରତି ବିପଦ ସୃଷ୍ଟି କରିବା ସ୍ୱାଭାବିକ । ତେଣୁ ଏଭଳି ଲୋକଙ୍କୁ ଆସାମ ସରକାରଙ୍କ ପରି ଅନ୍ୟ ରାଜ୍ୟ ସରକାରମାନେ ଯଥାଶୀଘ୍ର ଚିହ୍ନଟ କରନ୍ତୁ । ନେତାମାନେ ଆଉ ସେମାନଙ୍କୁ ନିଜର ଭୋଟବ୍ୟାଙ୍କ୍‍ ବୋଲି ଭାବନ୍ତୁ ନାହିଁ । ଯେଉଁମାନେ ବେଆଇନ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରୁ । ଯଦି ଏହାକୁ ଉପେକ୍ଷା କରାଯାଏ, ତେବେ ଭବିଷ୍ୟତରେ ଆସାମ ଭଳି ପରିସ୍ଥିତି ଯେ ସୃଷ୍ଟି ନହେବ, ତାହା କହିହେବ ନାହିଁ । ଓଡ଼ିଶାରେ ବାଂଲାଦେଶୀଙ୍କ ପ୍ରବେଶ ସଂପର୍କିତ ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଦେଶ ସ୍ୱାଧୀନ ହେବାପରେ ଦଣ୍ଡକାରଣ୍ୟ ଯୋଜନାରେ ବାଂଲାଦେଶୀ ଶରଣାର୍ଥୀଙ୍କୁ ଦେଶରେ ରହିବାର ସୁଯୋଗ ମିଳିଥିଲା । ଏହି ସମୟରେ ଓଡ଼ିଶାରେ ମାତ୍ର ୨୩ଜଣ ବାଂଲାଦେଶୀ ଶରଣାର୍ଥୀ ଆଶ୍ରୟ ନେଇଥିଲେ । ପୁନର୍ବାର ୧୯୭୧ମସିହାରେ ଓଡ଼ିଶାକୁ ୧୫୦୦ବାଂଲାଦେଶୀ ଆସିଥିଲେ । ଏହାପରେ ସରକାରୀ ଭାବେ କେବେ ବି ବାଙ୍ଗଲାଦେଶୀଙ୍କୁ ରାଜ୍ୟରେ ଆଶ୍ରୟ ଦିଆଯାଇନାହିଁ । ପରେ କିନ୍ତୁ ବହୁ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଆସି ଅବିଭକ୍ତ କଟକ ଜିଲା ସମେତ ସମୁଦ୍ର ତଟବର୍ତ୍ତୀ ଜିଲା ଗୁଡିକରେ ଆସ୍ଥାନ ଜମାଇଥିଲେ । କିନ୍ତୁ ବର୍ତ୍ତମାନ ବେସରକାରୀ ହିସାବରେ ଜଗତସିଂହପୁର ଜିଲାରେ ପାଖାପାଖି ୧୦ହଜାରରୁ ଅଧିକ ବାଂଲାଦେଶୀ ଲୋକେ ବସବାସ କରୁଛନ୍ତି । ବିଶେଷକରି ଏରସମା ଓ ପାରାଦ୍ୱୀପ ପୌରପାଳିକା ଅଞ୍ଚଳରେ ବାଂଲାଦେଶୀ ନାଗରିକ ବସବାସ କରିବା ସହ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ତେବେ ସରକାରୀ ଭାବେ ବିଭିନ୍ନ ସମୟରେ ଜିଲାରେ ବାଂଲାଦେଶୀଙ୍କ ସଂଖ୍ୟା ନେଇ ସର୍ଭେ ହୋଇଛି । ହେଲେ କୌଣସି ଥର ବି ସଠିକ୍‍ ତଥ୍ୟ ସାମ୍ନାକୁ ଆସିପାରିନି । ୨୦୦୫ରେ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟାରେ ଜଗତସିଂହପୁର ଜିଲ୍ଲାରେ ୮୮୭ଜଣ ବାଙ୍ଗଲାଦେଶୀ ଥିବା ଜଣାପଡିଥିଲା । ପାରାଦ୍ୱୀପ ପୌରପାଳିକା ଅଞ୍ଚଳରେ ୨୯୭ଜଣ ଥିବାବେଳେ ଏରସମାରେ ୪୨୩ଜଣ ଓ ବାଲିକୁଦାରେ ୧୬୭ଜଣ ବାଙ୍ଗଲାଦେଶୀ ଥିବା ସରକାରୀ ଭାବେ ଘୋଷଣା ହୋଇଥିଲା । ହେଲେ ଚିହ୍ନଟ ହୋଇଥିବା ବାଙ୍ଗଲାଦେଶୀ ନାଗରୀକଙ୍କୁ ଜିଲାରୁ ହଟାଇବାକୁ ଆଜି ପର୍ଯ୍ୟନ୍ତ କୌଣସି ଯୋଜନା ହେଲାନାହିଁ । କାର୍ଯ୍ୟାନୁଷ୍ଠାନ ନହେବାରୁ ଦିନକୁ ଦିନ ଅଧିକ ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଜିଲ୍ଲାରେ ଆସ୍ଥାନ ଜମାଉଛନ୍ତି । ଅନ୍ୟପକ୍ଷରେ, ଜଗତସିଂହପୁର ଜିଲ୍ଲାର ଏରସମା ଓ ପାରାଦ୍ୱୀପ ପୌରପାଳିକାରେ ବାଙ୍ଗଲାଦେଶୀ ପରିବାର ଖଣି ପଡିବା ଭଳି ରହିଛନ୍ତି । ପୌରପାଳିକାର ଷଣ୍ଢକୁଦ ବସ୍ତିରେ ବହୁ ବାଂଲାଦେଶୀ ପରିବାର ରହୁଥିବା ବେଳେ ମୂଷାଢିହାରେ ବି ୩୦୦୦ରୁ ଅଧିକ ବାଂଲାଦେଶୀ ରହୁଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ବାଙ୍ଗଲାଭାଷୀ ଲୋକମାନେ ବାଂଲାଦେଶୀଙ୍କୁ ଏଠାରେ ଆଶ୍ରୟ ଦେଉଛନ୍ତି । ନିଜର ବନ୍ଧୁବାନ୍ଧବ ବୋଲି ଦର୍ଶାଇ ବାଂଲାଦେଶୀ ପରିବାରକୁ ଜଗତସିଂହପୁର ଜିଲାରେ ରହିବାର ସୁଯୋଗ ଦେଉଛନ୍ତି । ଫଳରେ ବହୁ ସଂଖ୍ୟାରେ ବାଂଲାଦେଶୀ ଭୋଟର ପରିଚୟପତ୍ର ହାସଲ କରିଥିବା ବେଳେ ସରକାରଙ୍କର ବିଭିନ୍ନ ଯୋଜନାର ଫାଇଦା ନେଉଛନ୍ତି । ଏମିତି ହିସାବ କଲେ ଜଗତସିଂହପୁର ଜିଲାରେ ଏବେ ୫୦ହଜାରରୁ ଅଧିକ ବାଂଲାଦେଶୀ ଲୋକ ଥିବା ବେସରକାରୀ ସୂତ୍ରରୁ ଜଣାପଡିଛି । ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁଁ କେବଳ ଅପରାଧ ବୃଦ୍ଧି ପାଉ ନାହିଁ, ଦେଶର ଅର୍ଥନୀତି ଦୁର୍ବଳ ହେଉଛି । ଡେମୋଗ୍ରାଫି ବଦଳି ଯାଉଛି । ଆମ ସମ୍ବଳ ଉପରେ ଚାପ ସୃଷ୍ଟି ହେଉଛି । ଏହା ଏକ ଗୁରୁତର ପ୍ରସଙ୍ଗ । ଏହା ଉପରେ ସରକାର ତୁରନ୍ତ ଶକ୍ତ କାର୍ଯ୍ୟାନୁଷ୍ଠାନ କରିବା ଉଚିତ । ଆସାମ ସରକାରଙ୍କ ପରି ଓଡିଶ ସମେତ ସବୁ ପ୍ରଭାବୀ ରାଜ୍ୟ ବାଙ୍ଗଲାଦେଶୀଙ୍କୁ ହଟାିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉଚିତ ।

असम NRC : असम में रहने वाले ४० लाख लोग अवैध नागरिक


आज आए दिन देश में घुसपैठियों की समस्या बढ रही है । असम NRC ड्राफ्ट देखते हुए भारत के लिए इन घुसपैठीयों की समस्या कितनी गंभीर है यह बात ध्यान में आती है । एेसी घटनाआें के लिए भारत के ही भ्रष्ट अधिकारी तथा कुछ राष्ट्रविरोधी नागरिक उत्तरदायी है । इस कारण भारत में जिहादी लोगों को आसानी से आधार कार्ड, राशन कार्ड, पॅन कार्ड जैसे महत्त्वपूर्ण दस्तावेज मिल जाते है आैर यही जिहादी आगे चलकर भारत की सुरक्षा को खतरा बन जाते है तथा भारत में आतंकी गतिवीधीयों को अंजाम देते है । असम NRC ड्राफ्ट जारी होने के बाद जो लोग अवैध रुप से रह रहे है क्या सरकार उन्हे जल्द से जल्द देश से करेगी ?
असम में नेशनल रजिस्टर ऑफ सिटीजन (NRC) की दूसरी लिस्ट जारी कर दी गई है । इसके अनुसार सूबे में रह रहे ४० लाख लोग भारतीय नागरिक नहीं हैं । इसका सीधा मतलब ये हुआ कि राज्य की लगभग १३ प्रतिशत जनसंख्या अवैध है । इस आंकडे का ये भी मतलब हुआ कि हर ७.५ वां शख्स इस देश का नागरिक नहीं है या हर ७.५ लोगों में एक नागरिक अवैध है ।
आपको बता दें कि, एनआरसी के अनुसार कुल २ करोड ८९ लाख ८३ हजार ६६८ लोग ही भारत के नागरिक हैं, जबकि असम की कुल जनसंख्या ३ करोड २९ लाख है । जिन ४० लाख लोगों को अवैध करार दिया गया है उन्हें अपनी नागरिकता साबित करने का एक और मौका मिलेगा ।
बता दे कि, एनआरसी की पहली लिस्ट ३१ दिसंबर २०१७ को जारी हुई थी । तब पहली लिस्ट में १.९० करोड लोगों को शामिल किया गया था । अब जब दूसरी लिस्ट जारी की गई है तो लगभग एक करोड लोगों को लिस्ट में शामिल किया गया है और ४० लाख लोगों को नागरिकता नहीं मिली है ।
दूसरी लिस्ट आखिरी लिस्ट तो नहीं है, परंतु एनाआरसी की आेर से इसे संपूर्ण लिस्ट बताया गया है । इसका सीधा मतलब ये हुआ कि अब जो आखिरी लिस्ट आएगी में उसमें वही नाम शामिल किए जाएंगे जो तकनीकी आधार पर छूट गए होंगे ।

आप क्या कर सकते है ?

१. फर्जी दस्तावेज बनाने में मदद करनेवाले एेसे भ्रष्ट अधिकारीयोंपर कठोर कारवार्इ करने की केन्द्र सरकार से मांग करें । इसके लिए ज्ञापन प्रस्तुती कर सकते है ।
२. यदि आप के क्षेत्र में इस प्रकार से कोर्इ अधिकारी फर्जी दस्तावेज बनाता ध्यान में आए, तो तुरंत उसकी सूचना पुलिस को दें । यदि फिर भी कुछ कारवार्इ नही होती, तो हमें contact@hindujagruti.org इस र्इमेल पतेपर भेजे ।
३. अाप के क्षेत्र में यदि कोर्इ व्यक्ती संदिग्ध तरीके रहता नजर आए तो उसकी सूचना पुलिस को दें।

Friday 27 July 2018

रोहिंग्या मुसलमानों को भारत में लंबे समय तक रहने की अनुमति नहीं : किरण रिजिजू


नई देहली : केंद्र सरकार ने साफ किया है कि रोहिंग्या मुसलमान गैरकानूनी प्रवासी हैं और उन्हें देश में ज्यादा दिन तक नहीं रहने दिया जाएगा । केंद्रीय गृह राज्यमंत्री किरण रिजिजू ने बुधवार को साफ-साफ कहा कि इस मामले में सरकार का नजरिया सबके सामने है ।
रिजिजू ने कहा रोहिंग्या गैरकानूनी प्रवासी हैं और उन्हें भारत में फलने-फूलने का मौका नहीं दिया जाएगा । इस बीच केंद्रीय गृह मंत्री राजनाथ सिंहने भी कहा है कि केंद्र ने सभी राज्य सरकारों को आदेश दिया है कि भारत में रह रहे रोहिंग्या मुसलमानों के पास भारतीय कागजात न हो इसकी पूरी जांच की जाए ।
राजनाथ ने कहा, ‘हमने सभी राज्यों को आदेश दिया है कि किसी भी रोहिंग्या मुसलमान के पास भारतीय कागजात नहीं हो ताकि हम म्यांमारसे और विदेश मंत्री सुषमा स्वराज म्यांमार के विदेश मंत्री से बात कर सके ।’
पिछले महीने केंद्र सरकार ने जम्मू-कश्मीर समेत सभी राज्य सरकारों को एक पत्र लिखकर उनसे गैरकानूनी प्रवासियों को देश में घुसने से रोकने को कहा था । बांग्लादेश की पीएम शेख हसीना ने हाल की भारत यात्रा के दौरान इस मुद्दे पर चर्चा की थी और कहा था कि भारत रोहिंग्याओं को वापस म्यांमार भेजने में अहम भूमिका निभा सकता है ।
बता दें कि, रोहिंग्या म्यांमार में अल्पसंख्यक माने जाते हैं । पिछले साल अगस्त में म्यांमार सेना की कार्रवाई के बाद हजारों रोहिंग्या शरणार्थी वहां से भाग गए थे । बाद में वे भारतीय शरणार्थी शिविरों में आकर रहने लगे । रोहिंग्या जम्मू, हैदराबाद, हरियाणा, उत्तर प्रदेश, देहली-एनसीआर और राजस्थान में रह रहे हैं ।
स्त्रोत : नवभारत टाइम्स

Sunday 1 July 2018

ଓଡ଼ିଶାରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ


ଏକଦା ଓଡ଼ିଶାର ସୁଦୀର୍ଘ ବେଳାଭୂମିରେ ଘଞ୍ଚ ବନାନୀ ଶୋଭା ପାଉଥିଲା । ଏହା ଫଳରେ ଓଡ଼ିଶାମୁହାଁ ଆସୁଥିବା ଅଧିକାଂଶ ବାତ୍ୟାର ପ୍ରଭାବ ହ୍ରାସ ପାଉଥିଲା । ଏହା ବିଂଶ ଶତାଦ୍ଦୀର ପୂର୍ବାର୍ଦ୍ଧର କଥା । କିନ୍ତୁ ପରବର୍ତ୍ତି କାଳରେ ଏହି ବେଳାଭୂମିର ଅଧିକାଂଶ ଜଙ୍ଗଲକୁ କାଟି ଚାଷ ଜମିରେ ପରିଣତ କରାଗଲା । ଏହା ସେହି ସବୁ ଅଞ୍ଚଳର ଅଧିବାସୀମାନଙ୍କ ଦ୍ୱାରା ନୁହେଁ, ଅପିତୁ ପଡୋଶୀ ବଙ୍ଗ ଭାଷାଭାଷୀ ଲୋକମାନଙ୍କ ଦ୍ୱାରା ହୋଇଥିଲା । ଏହାର ଦୁଇଟି ମୁଖ୍ୟ କାରଣ ଅଛି । ପ୍ରଥମତଃ ପଡୋଶୀ ବଙ୍ଗଳାର ଚାଷ ଜମି ତୁଳନାରେ ଜନସଂଖ୍ୟା ଯଥେଷ୍ଟ ଅଧିକ । ବିଭାଜନ ପୂର୍ବରୁ ପୂର୍ବ ବଙ୍ଗ(ଇଦାନୀନ୍ତନ ବାଙ୍ଗଲାଦେଶ)ତଥା ପଶ୍ଚିମବଙ୍ଗ ଭିତରେ ସୀମାବର୍ତ୍ତି କୌଣସି କଟକଣା ନଥିଲା । ବଙ୍ଗଳାର ଉପକୂଳ ଅଞ୍ଚଳ ମଧ୍ୟ ଘଞ୍ଚ ବନାନୀରେ ପରିପୂର୍ଣ୍ଣ ଥିଲା । କିନ୍ତୁ ଏହାଥିଲା ଭୟଙ୍କର ମହାବଳ ବାଘ(ରୟାଲ ବେଙ୍ଗଲ ଟାଇଗର)ମାନଙ୍କର ନିର୍ଭୟ ଆଶ୍ରୟସ୍ଥଳୀ । ବାଘ ଡରରେ ଲୋକେ ଏହି ଉପକୂଳବର୍ତ୍ତି ଜଙ୍ଗଲରେ ହାତ ଦେଉନଥିଲେ । ତେଣୁ ବଙ୍ଗ ଭାଷାଭାଷୀମାନେ ବଙ୍ଗଲା ପରିବର୍ତ୍ତେ ଓଡ଼ିଶା ମୁହାଁ ହେଲେ  । ଏମିତି ବି ଦୀର୍ଘ ଦିନ ଧରି ସମୁଦ୍ର ପଥରେ ଉପକୂଳବର୍ତ୍ତି ଓଡ଼ିଶା ଓ ବଙ୍ଗ ଭାଷାଭାଷୀମାନଙ୍କର ଯାତାୟତ ସମ୍ପର୍କ ଥିଲା । ଏହି ସମ୍ପର୍କର ମୁଖ୍ୟ ମାଧ୍ୟମ ଥିଲା ମାଛ ଧରା । ବଙ୍ଗୀୟ ମତ୍ସ୍ୟଜୀବୀମାନେ ଛୋଟ ଛୋଟ ଡଙ୍ଗା ବା ଡିଙ୍ଗୀ ସାହାଯ୍ୟରେ ଓଡ଼ିଶା ଉପକୂଳକୁ ଆସି ଏଠାରେ ମାଛ ମାରନ୍ତି । ନଦୀ ନାଳ ପରିପୂର୍ଣ୍ଣ ଓଡ଼ିଶାର ତଟଭୂମି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ମାଛମାନଙ୍କ ପାଇଁ ପ୍ରସିଦ୍ଧ ଥିଲା । ବଙ୍ଗୀୟ ମତ୍ସ୍ୟଜୀବୀମାନେ ଡିଙ୍ଗୀ ସାହାଯ୍ୟରେ ଓଡ଼ିଶା ଉପକୂଳରେ ପହଞ୍ôଚ ସ୍ଥାନୀୟ ଗ୍ରାମବାସୀଙ୍କ ଆଶ୍ରୟରେ ପ୍ରଚୁର ମାଛ ମାରି ସେଗୁଡିକୁ ଶୁଖୁଆ କରି ସାରିବା ପରେ ଫେରି ଯାଉଥିଲେ । ଏହି ସମୟ ଭିତରେ ସ୍ଥାନୀୟ ଗ୍ରାମବାସୀମାନଙ୍କ ସହ ସେମାନଙ୍କ ସୁ-ସମ୍ପର୍କ ବଢ଼ି ଯାଇଥିଲା । ଏହାର ଅନ୍ୟତମ କାରଣ ହେଲା ଅତି ସହଜରେ ଧରୁଥିବା ଖୁବ ବଡ଼ ବଡ଼ ମାଛ ସବୁ ଗ୍ରାମବାସୀମାନଙ୍କୁ ଭେଟି ଆକାରରେ ପ୍ରଦାନ କରୁଥିଲେ । ସମୟକ୍ରମେ ଏମାନେ ଗାଁକୁ ଲାଗିଥିବା ଜଙ୍ଗଲ ଭିତରେ ଛୋଟ ଛୋଟ ପଲ୍ଳା ମାରି ରହିଲେ । ଏଠାରେ ରହିବା ସହ ସେମାନେ କିଛି କିଛି ଜଙ୍ଗଲ କାଟି ଧାନ ଚାଷ ଆରମ୍ଭ କଲେ । ଏହି ମାଟିରେ ପ୍ରଚୁର ଧାନ ଫଳୁଥିବାରୁ କାଳକ୍ରମେ ସେମାନେ ନିଜ ଅଞ୍ଚଳରୁ ଅଧିକରୁ ଅଧିକ ଲୋକଙ୍କୁ ଡାକି ଆଣି ଧାନ ଚାଷ କାମରେ ଲାଗିପଡିଲେ । ପ୍ରଥମେ ସେମାନେ ସ୍ଥାନୀୟ ଗାଁ ମୁଖିଆ ଓ ସରକାରୀ ବନକର୍ମଚାରୀମାନଙ୍କୁ ଯଥେଷ୍ଟ ଉତ୍କୋଚ ଦେଇ ସେମାନଙ୍କର ମୁହଁ ବନ୍ଦ କଲେ । ସରକାରୀ ବାବୁମାନଙ୍କର ଦୁର୍ବଳତା ଥିବା ଖୁବ ବଡ଼ ବଡ଼ ଇଲିସି ଓ ଖଅଗାଁ ମାଛ ଭେଟି ଦେବା ସହ ଜଙ୍ଗଲରୁ ହରିଣ ଓ ବାରହା ମାରି ସେଗୁଡିକର ମାଂସ ତଥା ଚମଡ଼ା ଦେବା ଦ୍ୱାରା ଆମ ସରକାରୀ ବାବୁମାନଙ୍କର ମୁହଁ ବନ୍ଦ ହୋଇଗଲା । ଚାହୁଁ ଚାହୁଁ ବର୍ଷ କେତେଟା ଭିତରେ ଉପକୂଳବର୍ତ୍ତି ବହୁ ଅଞ୍ଚଳ ବିଶେଷ କରି ରାଜନଗର, ମହାକାଳପଡା ଓ ଏରସମା ତହସିଲର ଉପକୂଳବର୍ତ୍ତି ଅଞ୍ଚଳ ବନଶୂନ୍ୟ ହୋଇଗଲା । ଏହାର ଦୁଷ୍ପ ପରିଣାମ ମଧ୍ୟ ଆମେ ୧୯୬୭, ୧୯୭୨ ଓ ସର୍ବଶେଷର ପ୍ରଳୟଙ୍କରୀ ୧୯୯୯ର ମହାବାତ୍ୟାରେ ଭୋଗି ସାରିଛେ । ତେବେ ଏହି ବଙ୍ଗ ଭାଷୀମାନେ ପ୍ରଥମେ ବର୍ଷର ପାଖା ପାଖି ୬ ମାସ ଏହି ପଲ୍ଲାମାନଙ୍କରେ ରହି ଧାନ ଚାଷ ସହ ମାଛ ଶୁଖୁଆ ବେପାର କରିବା ପରେ ଡଙ୍ଗାରେ ଧାନ ଭର୍ତ୍ତି କରି ନିଜ ଜନ୍ମ ସ୍ଥାନକୁ ଚାଲିଯାଉଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ଅନୁପ୍ରବେଶର କାରଣ ହେଲା ଦେଶ ବିଭାଜନ । ପୂର୍ବ ବଙ୍ଗରେ ମୁସଲିମ ଲିଗ୍ ନେତା ସୁରାବର୍ଦ୍ଦିଙ୍କ ପ୍ରଭାବ ଯଥେଷ୍ଟ ଥିଲା । ଜିନ୍ନା ଯେତେବେଳେ ପାକିସ୍ତାନ ଗଠନ କରିବା ପାଇଁ ଡାଇରେକ୍ଟ ଆକ୍ସନ ବା ରକ୍ତପାତ ପାଇଁ ଡାକରା ଦେଲେ ସେତେବେଳେ ଏହି ସୁରାବର୍ଦ୍ଦି ପୂର୍ବ ବଙ୍ଗରେ ରହୁଥିବା ଲକ୍ଷ ଲକ୍ଷ ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବାକୁ ନିର୍ଦ୍ଦେଶ ଦେଲେ । ଫଳରେ ପୂର୍ବ ବଙ୍ଗରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ସଂଗଠିତ ହେଲା । ହଜାର ହଜାର ହିନ୍ଦୁମାନଙ୍କ୍ୁ ହତ୍ୟା କରାଯିବା ସହ ସେମାନଙ୍କ ଘରବାଡିକୁ ପୋଡି ପାଉଁଶ କରିଦିଆଗଲା । ବହୁ ରମଣୀଙ୍କୁ ଜଘନ୍ୟ ଭାବେ ବଳାତ୍କାର କରାଗଲା । ଫଳରେ ଲକ୍ଷ ଲକ୍ଷ ସଂଖ୍ୟାରେ ହିନ୍ଦୁ ଭାରତକୁ ପଳାୟନ କଲେ । ଉପକୂଳବର୍ତ୍ତି ଅଞ୍ଚଳର ହିନ୍ଦୁମାନେ ମଧ୍ୟ ସମୁଦ୍ର ପଥ ଦେଇ ଏହି ସବୁ ଅଞ୍ଚଳକୁ ପଳାୟନ କରି ଆସିଲେ । ଏଥର କିନ୍ତୁ ଏମାନେ ସାମୟିକ ଧାନ ବା ମାଛ ପାଇଁ ଆସିନଥିଲେ । ପୂର୍ବରୁ ତିଆରି କରିଥିବା ଛୋଟଛୋଟ ପଲ୍ଳା ଗୁଡିକ ପାଲଟିଗଲା ଏମାନଙ୍କର ସ୍ଥାୟୀ ଆଶ୍ରୟସ୍ଥଳୀ । ଏମାନଙ୍କର ପରିଚୟ ଏବେ ହେଲା ଶରଣାର୍ଥୀ । ବିଭାଜନ ପରବର୍ତ୍ତି କାଳରେ ଭାରତ ସରକାର ମଧ୍ୟ ଏହି ଶରଣାର୍ଥୀମାନଙ୍କ ପ୍ରତି ଯଥେଷ୍ଟ କୋହଳ ଓ ଉଦାର ମନୋଭାବ ପୋଷଣ କଲେ । ପୂର୍ବରୁ ଅସ୍ଥାୟୀ ଭାବରେ ତିଆରି କରିଥିବା ପଲ୍ଲା ଗୁଡିକୁ ଏମାନେ ସ୍ଥାୟୀ ବାସଗୃହ ଭାବେ ସଜାଡ଼ି ସ୍ଥାୟୀ ବାସିନ୍ଦାଭାବେ ରହିଗଲେ । ପ୍ରାଥମିକ ଅବସ୍ଥାରେ ଶରଣାର୍ଥୀ ଭାବେ କେବଳ ହିନ୍ଦୁ ଆସିଥିଲେ ହେଁ ପରବର୍ତ୍ତି ସମୟରେ ଯେତେବେଳେ ହିଂସା ଥମିଗଲା ସେମାନଙ୍କ ପଡୋଶୀ ମୁସଲମାନମାନେ ମଧ୍ୟ ବହୁ ସଂଖ୍ୟାରେ ଆସି ଏଠାରେ ଆଗପରି ଚାଷବାସ କରିବାକୁ ଲାଗିଲେ । ୧୯୭୧ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ସମୟରେ ଆଉ ଥରେ ଶରଣାର୍ଥୀଙ୍କ ସୁଅ ଛୁଟିଲା । ଏଥର ପଶ୍ଚିମ ପାକିସ୍ତାନର ସୈନ୍ୟମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ହିନ୍ଦୁମାନଙ୍କ ସହ ଅନେକ ମୁସଲମାନମାନେ ମଧ୍ୟ ଶରଣାର୍ଥୀଭାବେ ଆମ ଉପକୂଳରେ ସ୍ଥାୟୀ ବସବାସ କରିବାର ଆରମ୍ଭ କଲେ । ଏମାନଙ୍କ ସମ୍ପର୍କରେ ଆମ ସରକାରୀ ବାବୁମାନଙ୍କର ସର୍ବଦା କୋହଳ ମନୋଭାବ ରହିଥିବାରୁ ଏଭଳି ବେଆଇନ ଜଙ୍ଗଲ କାଟିବା, ଜମି ଜବରଦଖଲ କରିବା ବା ସ୍ଥାୟୀ ଘର ତୋଳିବା ଉପରେ ବିଶେଷ କିଛି ପ୍ରତିବନ୍ଧକ ନଥିଲା । ବରଂ ଏହି ଶରଣାର୍ଥୀମାନେ ହିଁ ନିଜ ଆଡୁ ସ୍ଥାନୀୟ ତହସିଲ କର୍ମଚାରୀମାନଙ୍କୁ ଧରାଧରି କରି ଜବରଦଖଲ କେସ୍ ଦାୟର କରାଇଥିଲେ । ସେମାନଙ୍କୁ କୁହାଯାଇଥିଲା ଯେ, ଯଦି ସେମାନେ ଜବରଦଖଲ କେସ୍ ବାବଦରେ କିଛି ଜରିମାନା ସରକାରଙ୍କ ପାଖରେ ଦାଖଲ କରିଦିଅନ୍ତି ତା’ହେଲେ ଭବିଷ୍ୟତରେ ଏହି ଜମି ସେମାନଙ୍କ ନାମରେ ସ୍ଥାୟୀ ପଟ୍ଟା ହୋଇଯିବ । ଆମ ରାଜ୍ୟ ସରକାର ଯେଉଁ ୩୨୦୦ ବଙ୍ଗଳାଦେଶୀ ଶରଣାର୍ଥୀଙ୍କ ସଂଖ୍ୟା କହୁଛନ୍ତି ତାହାର ଇତିହାସ ମୋଟା ମୋଟି ଏହିପରି । କେବଳ ଓଡ଼ିଶା ନୁହେଁ ବଙ୍ଗଳାଦେଶ, ଆସାମ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଓ ବିହାରରେ ଶରଣାର୍ଥୀଙ୍କ ଯେଉଁ ବିପୁଳ ସ୍ରୋତ ପରବର୍ତ୍ତି କାଳରେ ଆସିଛି ତାହାର ଇତିହାସ କିଛି ଭିନ୍ନ । ଧର୍ମ ଭିତ୍ତିରେ ପୂର୍ବ ପାକିସ୍ତାନ ବା ବଙ୍ଗଳାଦେଶ ସୃଷ୍ଟି ହେଲା ସିନା ହେଲେ ଏହି ଦେଶର ଅର୍ଥନୈତିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିଲା । ନିଜର ବିପୁଳ ଜନସଂଖ୍ୟାକୁ କାମ ଯୋଗାଇ ଦେବା ପାଇଁ ସେଠାରେ ଯଥେଷ୍ଟ ଶିଳ୍ପ, ବାଣିଜ୍ୟ ବା ଅନ୍ୟାନ୍ୟ ସାଧନ ନଥିଲା । ଏହି ଅଞ୍ଚଳର ଲୋକମାନେ ଘର ତିଆରି କାମରେ ପାରଙ୍ଗମ ଥିଲେ । ମିସ୍ତ୍ରୀ ବା ତାଙ୍କ ସହଯୋଗୀ ମୂଲିଆ ଭାବେ ଭରତର ଅଧିକାଂଶ ପ୍ରଦେଶରେ ସେମାନଙ୍କର ଚାହିଦା ଥିଲା । ବିଭାଜନ ପରେ କିଛିଦିନ ଲୋକେ ସେମାନଙ୍କୁ କାମ ଦେଲେ ନାହିଁ, ସେମାନେ ମଧ୍ୟ ଆମ ଦେଶକୁ ଆସିବାକୁ ଡରିଲେ । କିନ୍ତୁ ଅପେକ୍ଷାକୃତ କମ୍ ମଜୁରୀରେ ଭଲ କାମ କରୁଥିବାରୁ ଧୀରେ ଧୀରେ ଏହି ମିସ୍ତ୍ରୀ ମୂଲିଆମାନଙ୍କର ପୁଣି ଚାହିଦା ବଢ଼ିବାକୁ ଲାଗିଲା । ତେଣୁ ଅଳ୍ପଦିନ ଭିତରେ ଲକ୍ଷ ଲକ୍ଷ ମୂଲିଆ ଶ୍ରେଣୀର ଲୋକ ଭାରତରେ ପ୍ରବେଶ କଲେ । ସେମାନଙ୍କ ପ୍ରତି ବିଭିନ୍ନ ସହରରେ ଥିବା ମୁସଲମାନମାନଙ୍କର ସହାନୁଭୂତି ରହୁଥିବାରୁ ପ୍ରାଥମିକ ଅବସ୍ଥାରେ ସ୍ଥାନୀୟ ମସ୍ଜିଦ୍ ବା ମଦ୍ରାସାମାନଙ୍କରେ ସେମାନଙ୍କୁ ରହିବାକୁ ସ୍ଥାନ ଦିଆଗଲା । ପରେ ବିଭିନ୍ନ ସହରରେ ଥିବା ସରକାରୀ ଜମିକୁ ଜବରଦଖଲ କରି ଏମାନେ କ୍ରମେ ସ୍ଥାୟୀ ବାସିନ୍ଦା ହୋଇଗଲେ । ଏମାନଙ୍କୁ ରେସନ କାର୍ଡ ଏବଂ ଭୋଟର ଭାବେ ପଞ୍ଜିକରଣ କରିବା ଦିଗରେ ଅନେକ ରାଜନେତାମାନେ ସହଯୋଗର ହାତ ବଢ଼ାଇଲେ । ଏହି ଭୋଟ ବ୍ୟାଙ୍କ ରାଜନୀତି ବହୁ ଦିନ ଧରି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଚଳାଇରଖିଲା ଏବଂ ଏହାର ରାଜନୈତିକ ଫାଇଦା ମଧ୍ୟ ବହୁ ବର୍ଷ ଧରି ସମ୍ପୃକ୍ତ ରାଜନୈତିକ ଦଳକୁ ମିଳିଲା । ଅନୁପ୍ରବେଶକାରୀଙ୍କ ଅନ୍ୟଏକ ସ୍ୱରୂପ ହେଉଛି ଫେରିବାଲା । ବାଂଲଦେଶର ଅର୍ଥନୀତି ଦୁର୍ବଳ ଥିବାରୁ ସେଠାରେ ଲୋକମାନଙ୍କ କ୍ରୟ ଶକ୍ତି କମ୍ । ତେଣୁ ସେଠାରେ ଶସ୍ତାରେ ବିଭିନ୍ନ ପୋଷାକ ଓ ଲୁଗା, ପ୍ଲାଷ୍ଟିକ ନିର୍ମିତ ପଦାର୍ଥ, ଷ୍ଟେନଲେସ ଷ୍ଟିଲ ବାସନ ନିର୍ମାଣ କରାଯାଏ । ସେହି ସବୁ ପଦାର୍ଥକୁ ଭାରତକୁ ଆଣି ଗାଁରେ ଗାଁରେ ବୁଲିବିକିବା ପାଇଁ ହଜାର ହଜାର ବାଂଲାଦେଶୀ ବର୍ଷ ବର୍ଷ ଧରି ନିଜର ଜୀବିକା ଭାବେ ଗ୍ରହଣ କରିସାରିଛନ୍ତି । ଏମାନଙ୍କୁ ଫେରିବାଲା କୁହାଯାଏ । ଏମାନଙ୍କ ପ୍ରଭାବ କେତେ ତାହା ଆସାମର ଏଆଇୟୁଡିଏଫ୍ ର ପ୍ରଭାବରୁ ଜଣାପଡେ । ଲୋକସଭାରେ ଏହି ଦଳର ଦୁଇ ଜଣ ସାଂସଦ ଥିବା ସହ ବିଧାନସଭାରେ ୧୪ ଜଣ ସମର୍ଥକ ଅଛନ୍ତି । ଏହି ଫେରିବାଲାମାନଙ୍କୁ ଆଶ୍ରୟ ଦେବା ପାଇଁ ପୂର୍ବରୁ ଛୋଟଛୋଟ ବସ୍ତି କରି ରହିଥିବା ବାଂଲାଦେଶୀମାନେ ସବୁ ପ୍ରକାର ସହଯୋଗର ହାତ ବଢ଼ାଇଥାନ୍ତି । ଦେଖୁଦେଖୁ ବର୍ଷ କେତେଟା ଭିତରେ ଏମାନଙ୍କ ସଂଖ୍ୟା ଶହେରୁ ହଜାର, ହଜାରରୁ ଲକ୍ଷରେ ପହଞ୍ଚେ । ଆଗପରି ଏମାନଙ୍କୁ ରେସନ କାର୍ଡ, ଭୋଟର ପଞ୍ଜିକରଣ, ଜବ୍ କାର୍ଡ ଏପରିକି ଇନ୍ଦିରା ଆବାସ, ମନରେଗା, ଅଙ୍ଗନବାଡି ଚାକିରି ସହ ସ୍ଥାନେସ୍ଥାନେ ସରକାରୀ ଅର୍ଦ୍ଧ ସରକରୀ ଏବଂ ବିଭିନ୍ନ କମ୍ପାନୀର ଚାକିରି ମଧ୍ୟ ମିଳିଯାଏ । ଆମ ଦେଶର ଅଧିକାଂଶ ରାଜ୍ୟରେ ଏଭଳି ଦୃଶ୍ୟ ଯେ କେହି ଦେଖିପାରିବେ । ଏପରିକି ଏମାନଙ୍କ ମଧ୍ୟରୁ କେତେକ ତରୁଣୀ ଯୌନକର୍ମୀ ଭାବେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳେ । ଭୁବନେଶ୍ୱରର ମାଳିସାହି ଅଞ୍ଚଳରେ ଏହି ଦୃଶ୍ୟ ଯେ କେହି ସହଜରେ ଅନୁଭବ କରିପାରିବେ । ସ୍ୱାଭାବିକ ଭାବେ ଏହି ବାଂଲାଦେଶୀମାନେ ଆମ ଦେଶର ସଂସାଧନକୁ ଲୁଣ୍ଠନ କରୁଛନ୍ତି । କେବଳ ଜମି ଜବରଦଖଲ ନୁହେଁ, ଖାଦ୍ୟ ସୁରକ୍ଷା, ଗୃହ ନିର୍ମାଣ, ଶ୍ରମ ଓ କର୍ମ ନିୟୋଜନ ଏପରିକି ରାଜନୀତି କ୍ଷେତ୍ରରେ ମଧ୍ୟ ଏମାନେ ଆମ ଦେଶର ନାଗରିକମାନଙ୍କ ହକ୍ ଛଡାଇ ନେଉଛନ୍ତି । ଆମ ଦେଶର ରାଜନୈତିକ ଚିତ୍ର ଓ ଚରିତ୍ରକୁ ମଧ୍ୟ ପ୍ରଭାବିତ କରୁଛନ୍ତି । ତେଣୁ ଦେଶର ଏହି ପରାଙ୍ଗମପୁଷ୍ଟ ଜୀବମାନେ ଆମ ଦେଶର ପ୍ରଗତି, ବିକାଶ ପାଇଁ ଯେ, ପ୍ରତିବନ୍ଧକ ଏଥିରେ କୌଣସି ସନ୍ଦେହ ନାହିଁ । ଆସାମରେ ଏମାନଙ୍କର ଉତ୍ପାତ ଅନ୍ୟ ସବୁ କ୍ଷେତ୍ରକୁ ଲଘଂନ କରି ଶେଷରେ ରାଜନୀତିରେ ପ୍ରବେଶ କରିବାରୁ ଆସାମର ଜନସାଧାରଣ ଏହାର ତୀବ୍ର ପ୍ରତିବାଦ କରିଥିଲେ । ଏହାର ଫଳ ଶ୍ରୁତି ହେଉଛି ଏନ୍ଆରସି ବା ଜାତୀୟ ନାଗରିକ ପଞ୍ଜିକା । ଏହାଦ୍ୱାରା ୪୦ ଲକ୍ଷରୁ ଉଦ୍ଧ୍ୱର୍ ବାଂଲାଦେଶୀଙ୍କୁ ସେଠାରେ ଚିହ୍ନଟ କରିବା ସମ୍ଭବ ହେଲା । କିନ୍ତୁ ଅନ୍ୟ ରାଜ୍ୟମାନଙ୍କରେ ଏମାନଙ୍କ୍ୁ ଚିହ୍ନଟ କରିବାର କୌଣସି ଉପାୟ ନାହିଁ । ଆମ ରାଜ୍ୟ ସରକାର ଏମାନଙ୍କ ସଂଖ୍ୟା ମାତ୍ର ୩୨୦୦ କହୁଥିବାବେଳେ ଏହା ଯେ ୩୨ ଲକ୍ଷ ନହୋଇଥିବ ତାହା ବା କିଏ କହିବ? ଆସାମ ପରି ସମସ୍ତ ପ୍ରଦେଶରେ ଏନ୍ଆରସି ବା ଅନୁରୂପ ବ୍ୟବସ୍ଥା ନିଆଗଲେ ତାହ ସମ୍ଭବ ହେବ । ଏତଦ୍ଭିନ୍ନ ଭାରତ ବାଂଲାଦେଶ ସୀମାରେ ସ୍ଥାୟୀ ତାରବାଡ଼ ବା ପାଚେରୀ ନିର୍ମାଣ କରାଗଲେ ସେମାନଙ୍କର ଅନୁପ୍ରବେଶକୁ ନିୟନ୍ତ୍ରିତ କରାଯାଇପାରିବ ।